ଚାରି ଓଡ଼ିଆ ପାଇବେ ପଦ୍ମଶ୍ରୀ: ଜାଣିନିଅନ୍ତୁ କେଉଁ କେଉଁ କ୍ଷେତ୍ରରେ ରହିଛି ସମାଜ ପାଇଁ ଅବଦାନ

କେନ୍ୟୁଜ୍(ବ୍ୟୁରୋ):  ଚାରି ଓଡ଼ିଆ ପାଇବେ ପଦ୍ମଶ୍ରୀ ପୁରସ୍କାର, ରଙ୍ଗବତୀ ଗୀତର ଗାୟିକା କୃଷ୍ଣ ପଟେଲଙ୍କ ନାମ ମନୋନୀତ ହୋଇଛି। ଏହା ସହିତ କଳା କ୍ଷେତ୍ରରେ  ମାଗୁଣି ଚରଣ କଁଅର, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର,  କୃଷି କ୍ଷେତ୍ରରେ ଶ୍ରୀ ପତ୍ୟତ ସାହୁଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।

ସେହିପରି ପଦ୍ମ ବିଭୂଷଣ ପାଇବେ ଦିଲ୍ଲୀପ ମହାଲାନାବିସ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଏହି ସମ୍ମାନ। ଅନ୍ୟ ୨୫ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯିବ। ଡାକ୍ତର ରତନ ଚନ୍ଦ୍ର କରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଆଣ୍ଡାମାନ ଦ୍ୱୀପରେ ଜରୱା ଜନଜାତିଙ୍କ ଚିକିତ୍ସା ପାଇଁ ସମ୍ମାନ ପ୍ରଦାନ କରାଯିବ ଶଙ୍କୁରର୍ଥୀ ଚନ୍ଦ୍ର ଶେଖରଙ୍କୁ ସମାଜ ସେବା କ୍ଷେତ୍ରରେ ମିଳିବ ପଦ୍ମଶ୍ରୀ ସମ୍ମାନ । ଭାଦିଭେଲ ଗୋପାଲ ଓ ମାସି ସଦାଇୟାଙ୍କୁ ପ୍ରଦାନ କରାଯିବ ପଦ୍ମଶ୍ରୀ । ନାଗା ସମାଜସେବୀ ରାମକୁଇୱାଙ୍ଗବେ ନ୍ୟୁମେଙ୍କୁ ହେରେକା ଅଞ୍ଚଳର ସଂରକ୍ଷଣ ପାଇଁ ମିଳିବ ପଦ୍ମଶ୍ରୀ । କୁନୁର ଗାନ୍ଧି ଭିପି ଅପ୍ପୁକୁଟ୍ଟନ ପୋଡୁଭାଲ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ଗୁଜରାଟରେ ସିଦ୍ଦି ସଂପ୍ରଦାୟର ପ୍ରଗତି ପାଇଁ ହୀରାବାଇ ଲୋବିଙ୍କୁ ମିଳିବ ପଦ୍ମଶ୍ରୀ । ୫ଦଶନ୍ଧି ଧରି ଗରିବଙ୍କୁ ଚିକିତ୍ସା ଯୋଗାଇ ଆସିଥିବା ମୁନସିୱର ଚନ୍ଦେର ଦୱରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ମିଜୋରାମର ଲୋକଗୀତ ଶିଳ୍ପୀ କେସି ରୁନ୍‌ରେମ୍‌ସାଙ୍ଗି ମିଳିବ ପଦ୍ମଶ୍ରୀ । ମେଘାଳୟର ସଂଗୀତକାର ରିଜିଂବୋର କୁର୍‌କାଲାଙ୍ଗଙ୍କୁ ମିଳିବ ପଦ୍ମଶ୍ରୀ।