ରାଉରକେଲା: ଟ୍ରକ୍‌ ସହ କାର୍‌ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ରାଉରକେଲା(କେନ୍ୟୁଜ୍):  ଦୁର୍ଘଟଣା ନେଲା ଗୋଟିଏ ପରିବାରର ଚାରି ଜଣଙ୍କର ଜୀବନ । ଦୁଇ ଜଣ ଆହତ ହୋଇଛନ୍ତି । ଟ୍ରକ୍‌ ସହ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଝାଡ଼ଖଣ୍ଡ ଚିରଗିଢିପା ରାସ୍ତାରେ ଏହି ଦୁର୍ଘଟଣା ହୋଇଛି । ମୃତକଙ୍କ ଘର ରାଉରକେଲା ସିଭିଲ ଟାଉନସିପ୍‌ ଅଞ୍ଚଳରେ ।

accident

ଦୁର୍ଘଟଣାରେ ବାପା, ମାଆଙ୍କ ସମେତ ଦୁଇ ପିଲା ଆଖି ବୁଜିଛନ୍ତି । ସେମାନେ ହେଲେ କହ୍ନୈୟା ଜୈନ୍‌, ତାଙ୍କ ସ୍ତ୍ରୀ ରୋମା ଜାନ୍‌, ୭ବର୍ଷର ପୁଅ ରିଷଭ ଜୈନ୍‌ ଓ ତିନି ବର୍ଷର ପୁଅ ଝିଅ ମିଥଲା ଜୈନ୍‌ । ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ ରାଞ୍ଚି ରିମ୍‌ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗ ରାଣୀଗଞ୍ଜକୁ ଭଉଣୀ ପାଖକୁ ରାଖୀ ବାନ୍ଧିବାକୁ କହ୍ନେୟା ଜୈନ ସପରିବାର ଯାଇ ଫେରୁଥିବା ବେଳେ ଘଟିଛି ଅଘଟଣ। ପଶ୍ଚିମବଙ୍ଗରୁ କାର୍‌ ଯୋଗେ ସେମାନେ ରାଉରକେଲା ଫେରୁଥିଲେ । ଏତିକିବେଳେ ଝାଡ଼ଖଣ୍ଡ ଚିରଗିଢିପା ରାସ୍ତାରେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ପରେ ସିଭିଲ ଟାଉନସିପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.