ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର, କିଟରେ କାର୍ଯ୍ୟରତ ଅଦ୍ବୈତ ଚରଣ ଗଡ଼ନାୟକ

ଭୁବନେଶ୍ବର: ଭାରତ ସରକାରଙ୍କ ତରଫରୁ ଶନିବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିବା ପାଇଁ ତାଲିକା ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ 7 ଜଣଙ୍କୁ ପଦ୍ମ ବିଭୂଷଣ, 19 ଜଣଙ୍କୁ ପଦ୍ମ ଭୂଷଣ ଓ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ୪ ଜଣ ଅଛନ୍ତି। ସେମାନେ ହେଲେ ଅଦ୍ବୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ ଓ ଅଶୋକ କୁମାର ମହାପାତ୍ର। ମେଡିସିନ କ୍ଷେତ୍ରରେ ଅଶୋକ କୁମାର ମହାପାତ୍ରଙ୍କୁ , କଳା କ୍ଷେତ୍ରରେ ଅଦ୍ବୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀରଙ୍କୁ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରତିଭା ଶତପଥୀଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଛି । କିଟରେ ଏବେ କାର୍ଯ୍ୟରତ ଅଛନ୍ତି ଅଦ୍ବୈତ ଚରଣ ଗଡ଼ନାୟକ ।
For the year 2025, the President has approved conferment of 139 Padma Awards including 1 duo case (in a duo case, the Award is counted as one) as per list below. The list comprises 7 Padma Vibhushan, 19 Padma Bhushan and 113 Padma Shri Awards.
Late folk singer Sharda Sinha… pic.twitter.com/vxf5SL3ny6
— ANI (@ANI) January 25, 2025