ଗଣେଶ ମୂର୍ତ୍ତି ଭସାଣ ବେଳେ ଭାସିଗଲେ ୪ ଜଣ, ଦୁଇ ଛାତ୍ର ନିଖୋଜ

ମୟୂରଭଞ୍ଜ : ଗଣେଶ ମୂର୍ତ୍ତି ଭସାଣ ବେଳେ ଭାସିଗଲେ ୪ ଜଣ । ୨ ଶିକ୍ଷକ ଉଦ୍ଧାର । ଦୁଇ ଛାତ୍ର ନିଖୋଜ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ । ଉଦ୍ଧାର ୨ଜଣ ଶିକ୍ଷକ ହେଲେ ବାଲେଶ୍ଵର ଜିଲ୍ଲାର ବରପଦା ଥାନା ଅଞ୍ଚଳର ରଞ୍ଜନ କୁମାର ନାୟକ ଓ ବାଲିଆପାଳ ଥାନା ଅଞ୍ଚଳର ତପନ କମିଲା।

ନିଖୋଜମାନେ ହେଲେ ଖୁଣ୍ଟା ସିଙ୍ଗଗଡ଼ିଆର ଛାତ୍ର ତନ୍ମୟ କୁମାର ବେହେରା ଓ ରାସଗୋବିନ୍ଦପୁର ଅଞ୍ଚଳର ଦିବ୍ୟଜ୍ୟୋତି ସାହୁ ।  ଓଡିଶା ଆଦର୍ଶ ବିଦ୍ୟାଳୟର ୨ ଛାତ୍ର ଲକ୍ଷ୍ମୀପୋଷି ସ୍ଥିତ ଘରୋଇ କୋଚିଂ ମେସରେ ରହି ପାଠପଢ଼ୁ ଥିଲେ ।  ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଇବା ବେଳେ କେନାଲରେ ଭାସିଯାଇଥିଲେ ।  ଅଧିକ ପାଣି ଥିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।  ନିଖୋଜ ୨ଛାତ୍ରଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରୁଛନ୍ତି ।

You might also like