ଲଖାରି ଅଭୟlରଣ୍ୟରୁ ୪ ଶିକାରୀ ଗିରଫ, ଦେଶୀ ବନ୍ଧୁକ, ବାରୁଦ ଏବଂ ବାଟୁଳା ଜବତ

ମୋହନା : ଶିକାର ବେଳେ ମାଡି ବସିଲା ବନ ବିଭାଗ l ୪ ଶିକାରୀ ଗିରଫ ହୋଇଥିବା ବେଳେ ୨୦ ରୁ ଅଧିକ ଫେରାର ହୋଇଯାଇଛନ୍ତି l ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ବାରୁଦ ଏବଂ ବାଟୁଳା ଜବତ ହୋଇଛି l ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଲଖlରୀ ଅଭୟlରଣ୍ୟରେ ଘଟିଛି ଏଭଳି ଘଟଣା l
ଶୁକ୍ରବାର ମଧ୍ୟାହ୍ନରେ ଲଖlରୀ ଅଭୟlରଣ୍ୟରେ ବନ ବିଭାଗ ପଖରୁ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ଢେପାଗୁଡା ପଞ୍ଚାୟତ ଶ୍ରୀରାମପୁର, ତ୍ରିନାଥପୁର ଗାଁର କିଛି ଶିକାରୀ ଦେଶୀ ବନ୍ଧୁକ ଧରି ଶିକାର କରୁଥିବା ବେଳେ ବନ କର୍ମଚାରୀ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ୨୦ ଶିକାରୀ ଖସି ପଳାଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ l
ଗିରଫମାନେ ହେଲେ ଶ୍ରୀରାମପୁର ଓ ତ୍ରିନାଥପୁର ଗ୍ରାମର ଦେବରାଜ ରଈତ, ଅଭିମ ମଣ୍ଡଳ, ଦିବାକର ରଇତ ଏବଂ ପୂର୍ଣ୍ଣ ଚନ୍ଦ୍ର ମଣ୍ଡଳ l ସମସ୍ତ ଅଭିଯୁକ୍ତଙ୍କୁ ମୋହନା କୋର୍ଟ ଚାଲାଣ କରାଯାଇଛି l ସେହିପରି ଶୁକ୍ରବାର ଅପରାହ୍ନରେ କୁମୁଟିପଙ୍କାଳ ନିକଟରେ ଶିକାର କରିବାକୁ ଯାଉଥିବା ବେଳେ ସୁଦର୍ଶନ ଶବରକୁ ଗିରଫ କରି ଆର. ଉଦୟଗିରି କୋର୍ଟକୁ ଚାଲାଣ କରାଯାଇଛି l ଫେରାର ଥିବା ଅନ୍ୟ ୨୦ ଜଣ ଶିକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଗଜପତି ଡି. ଏଫ୍. ଓ ଏସ୍. ଆନନ୍ଦ ସୂଚନା ଦେଇଛନ୍ତି l