ଖାକିରେ ଦାଗ: ଗଞ୍ଜେଇ କାରବାର କରି ନିଲମ୍ୱିତ ହେଲେ ୪ ପୋଲିସ ବାବୁ

ଅନୁଗୁଳ: ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କୁ ଗଞ୍ଜେଇ କାରବାର । ନିଲମ୍ୱିତ ହେଲେ ୪ ପୋଲିସ କର୍ମଚାରୀ । ଅନୁଗୁଳ ଜିଲ୍ଲାରେ ୪ ପୋଲିସ କର୍ମଚାରୀ ଗଞ୍ଜେଇ କାରବାରରେ ସଂପୃକ୍ତି ନିଇ ନିଲମ୍ବିତ ହୋଇଛନୁତି । କିଶୋରନଗର ଥାନାରେ କାର୍ଯ୍ୟରତ ଏଏସ୍ ଆଇ ଜିତେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ମନୋଜ ନାୟକ, କନେଷ୍ଟବଳ ଲିଙ୍ଗରାଜ ମୁଦୁଲି ଓ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭର୍ ଅଜିତ୍ ସାହୁଙ୍କୁ ଡିଆଇଜି ଉମା ଶଙ୍କର ଦାସ ସେମାନଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ରାସ୍ତା ବେପାରୀମାନେ ବ୍ୟବହାର କରିଥାନ୍ତି । ତେବେ ଜିଲ୍ଲା ସୀମାନ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସୀମାନ୍ତ ଥାନାର କିଛି କର୍ମଚାରୀଙ୍କୁ ହାତବାରିସୀ କରି ବେପାରୀମାନେ ସୁବିଧାର ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା ।  ଗଞ୍ଜେଇ ଗାଡ଼ି ସୁବିଧାରେ ପାର କରାଇବା ନେଇ କାମ କରୁଥିବା ସୂଚନା ପାଇବା ପରେ ଡିଆଇଜି ଉମା ଶଙ୍କର ଦାଶ ଏହି ଅସାଧୁ କର୍ମଚାରୀଙ୍କ ଉପରେ ନଜର ରଖିଥିଲେ । ଏନେଇ ପ୍ରମାଣ ପାଇବା ପରେ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି । ଏ ସମ୍ପର୍କରେ ଡିଆଇଜି ଉମା ଶଙ୍କର ଦାଶ କହିଛନ୍ତି, କିଛି ପୁଲିସ କର୍ମଚାରୀ ପରୋକ୍ଷରେ ଗ ଞ୍ଜେଇ କାରବା ରରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଅଧିକ ତଦନ୍ତ ପରେ ପଦକ୍ଷେପ ନିଆଯିବ।