ରାଜ୍ୟ

ରାଜଧାନୀରେ ୪ କୁଇଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ କଲା ଜିଆରପି

ଭୁବନେଶ୍ବର(କେନ୍ୟୁଜ୍): ଗଞ୍ଜେଇ ଚୋରା ଚାଳଣର ମୁଖ୍ୟ ମାଧ୍ୟମ ପାଲଟିଛି ଟ୍ରେନ। ଦିନକୁ ଦିନ ଟ୍ରେନରେ ଗଞ୍ଜେଇର ଚୋରା ଚାଲଣ ହେଉଥିବାର ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି । ହେଲେ ଏଥିରେ ୪୦ ପ୍ରତିଶତ ଜବତ ହେବାରେ ସଫଳ ହେଉଥିବା ବେଳେ ବାକି ୬୦ ପ୍ରତିଶତ ଖସିପଳାଇବାରେ ସଫଳ ହେଉଛନ୍ତି। ଆଜି ମଧ୍ୟ ଏଭଳି ଗଞ୍ଜେଇ ଚୋରା ଚାଳଣର ବେପାରୀ ଫେରାରା ହୋଇଯାଇଥାନ୍ତା ଯଦି ଜିଆରପି ପୋଲିସ ଚଢାଉ ନକରିଥାନ୍ତା।

ଲକଡାଉନରେ  ଜମିଥାନ୍ତା ଗଞ୍ଜେଇ ବେପାର। କିନ୍ତୁ  ତାପୂର୍ବରୁ ଜିଆରପି ହାବୁଡରେ ପଡିଗଲା ବସ୍ତା ବସ୍ତା ଗଞ୍ଜେଇ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ରେଳ ଷ୍ଟେସନରେ । ଜଣେ ବ୍ୟକ୍ତି ଗଞ୍ଜେଇ ବସ୍ତା ସବୁକୁ ଟ୍ରେନ ଯୋଗେ ଚାଲଣକରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଠିକଣା ସମୟରେ ଜିଆରପିର ଏକ ଟିମ୍ ଚଢାଉ କରି  ପାଖାପାଖି ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ  ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଓ କେଉଁ ଆଡେ ଯାଉଥିଲା ତାହାର ତଦନ୍ତ ଚାଲିଛି ବୋଲି ଜିଆରପି ପୋଲିସ ତରଫରୁ ସୂଚନା ମିଳିଛି।

Sasmita

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

33 seconds ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

6 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

36 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

44 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago