ସମ୍ବଲପୁର ଶାସନ ଥାନା ପୋଲିସ୍ ଦ୍ବାରା ୪କ୍ବିଣ୍ଟାଲ ୧୧ କେଜି ଗଞ୍ଜେଇ ଜବତ, ୭ ଅନ୍ତରାଜ୍ଯ ଚୋରାଚାଲାଣକାରୀଙ୍କୁ ଗିରଫ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଶାସନ ଥାନା ପୋଲିସ ଦ୍ବାରା ବ୍ଯାପକ ପରିମାଣର ଗଞ୍ଜେଇ ଜବତ। ୪କ୍ବିଣ୍ଟାଲ ୧୧ କେଜି ଗଞ୍ଜେଇ ଜବତ କରିଛି ଶାସନ ଥାନା ପୋଲିସ୍। ତେବେ ଏହି ଗଞ୍ଜେଇକୁ ବେଆଇନ ଚାଲାଣ କରୁଥିବା ଅଭିଯୋଗରେ ୭ ଅନ୍ତରାଜ୍ଯ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧର ଉଦୟ ପ୍ରଧାନ, ଅନନ୍ତ ଦେହୁରୀ , ଗିରିଷ ଖଟୁଆ, ଗଂଜାମର ସୁଶାନ୍ତ କୁମାର ସ୍ବାଇଁ, ସମ୍ବଲପୁରର ସୁଶାନ୍ତ କୁମାର ଲେଙ୍କା, ମଧ୍ଯପ୍ରଦେଶର ସଂଜୟ ଗିରି, ମହାରାଷ୍ଟ୍ର ଗୋନ୍ଦିଆର ଭାବନା ଅନିଲ ସାହାରେ ।

ତେବେ ଚଢାଉରେ ୨ଜଣ ଫେରାର ଅଛନ୍ତି। ଏମାନେ ବୌଦ୍ଧ ଅଂଚଳରୁ ଗଞ୍ଜେଇ ଆଣି ଶାସନ ଥାନା ପଧାନପାଲି ଅଂଚଳରେ ରଖୁଥିଲେ | ଏସବୁ ୧ କେଜିର ପ୍ଯାକେଟ କରି ଛତିଶଗଡ, ମଧ୍ଯପ୍ରଦେଶ ଓ ମହାରାଷ୍ଟ୍ରକୁ ଚାଲାଣ କରୁଥିଲେ । ଏହାର ମାଷ୍ଟର ମାଇଣ୍ଡ ସାଜିଥିଲା ଦିବ୍ଯାଙ୍ଗ ସୁଶାନ୍ତ କୁମାର ଲେଙ୍କା ।  ସମୟ ସମୟରେ ଆମ୍ବୁଲାନ୍ସ ଲେଖାଥିବା ଗାଡିରେ ଏହାର ଚାଲାଣ ହେଉଥିଲା। ଏମାନଙ୍କ ନିକଟରୁ ଗୋଟିଏ ବଲେଲୋ ପିକଅପ, ଇନୋଭା , ୭ଟି ମୋବାଇଲ ଜବତ କରିଛି ପୋଲିସ । ତେବେ ଏମାନଙ୍କ ସମ୍ପତ୍ତି ସବୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ଏସପି ବାତୁଲା ଗଙ୍ଗାଧର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.