ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର  

 ଟିଟିଲାଗଡ଼ : ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର ହୋଇଛନ୍ତି । ଏମିତି ଅଘଟଣ ଘଟିଛି ଟିଟିଲାଗଡ଼ରେ । ଟିଟିଲାଗଡ଼ ନିକଟ ପିପଲ ପଦର ଗାଁରେ ଥିବା ଏକ ପେଲେସ ହୋଟେଲରେ ବାହା ଭୋଜି ପାଇଁ ରନ୍ଧା ପ୍ରସ୍ତୁତି ଚାଲିଥିବା ବେଳେ, ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ପାଇପ ଫାଟି ଯାଇଥିଲା । ଫଳରେ ଗ୍ୟାସ ସିଲିଣ୍ଡର ଫାଟି ସେଠାରେ କାମ କରୁଥିବା ୪ କର୍ମଚାରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଜଣେ ଗୁରୁତରଙ୍କୁ ପରିବାର ଲୋକେ ରାଇପୁରକୁ ନେଇଯାଇଛନ୍ତି ।