କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଣି ନିକଟରେ ବେଆଇନ ଲୁହା ପଥର ଚୋରା ଚାଲାଣ କରୁଥିବା ୪ଟି ଟ୍ରଲର ଓ ଗୋଟିଏ ୧୨ଚକିଆ ଟ୍ରକ ଜବତ କରିଛି ଯୋଡ଼ା ପୋଲିସ। ଘଟଣାରେ ୨ ଅଟକ ଥିବାବେଳେ ଅନ୍ୟମାନେ ଖସି ପଳାଇଛନ୍ତି। ଏମାନେ ସମସ୍ତେ ବାହାର ରାଜ୍ୟର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି।
ଗୋଟିଏ ଗାଡି ପଡୋଶୀ ମୟୁରଭଞ୍ଜ ଜିଲ୍ଲାର ଲାଇସେନ୍ସ ଥିବା ଗାଡି ବୋଲି ଜଣାପଡିଛି। ଗତ କିଛିଦିନ ଧରି ଯୋଡ଼ା ବଡ଼ବିଲ ଅଞ୍ଚଳରୁ ଖଣିଜ ପଥର ଚୋରା ଚାଲାଣ ବୃଦ୍ଧି ପାଇଥିବା ବେଳେ ଅନେକ ସମୟରେ ଜଙ୍ଗଲ ବିଭାଗ ଓ ପୋଲିସ ନାକାମ କରିବାରେ ସଫଳ ହେଉଛନ୍ତି