ରାଜ୍ୟ

ଭଦ୍ରକରେ ଲଜ୍ଜା, ୪ବର୍ଷର ଶିଶୁକନ୍ୟାକୁ ଚକଲେଟ ଦେବା ବାହାନାରେ ଦୁଷ୍କର୍ମ କଲା ଯୁବକ

ଭଦ୍ରକ(କେନ୍ୟୁଜ୍): ୪ବର୍ଷର ଶିଶୁକୁ ଚକଲେଟ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘଟଣା ଘଟିଛି ଭଦ୍ରକ ନାୟକାଣିଡିହ ଲୁଣିସାହି ଅଞ୍ଚଳରେ।  ଅଭିଯୋଗ ମୁତାବକ ସେହି ଗ୍ରାମର ସ୍ବର୍ଗତ ପରିକ୍ଷିତ ଦାସଙ୍କ ପୁଅ ଜଗନ୍ନାଥ ଦାସ ଏକ ନାବାଳିକାକୁ ଚକଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୋଲିସ ଜଗନ୍ନାଥକୁ  ଅଟକ ରଖି ପଚରାଉଚରା ଚଳାଇଛି।  ଅନ୍ୟପଟେ  ଶିଶୁକନ୍ୟକୁ  ପରିବାର ଲୋକେ  ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ସୂଚନା ମୁତାବକ ଆଜି  ସକାଳେ ଜଗବନ୍ଧୁ ନାମକ ଜଣେ ବ୍ୟକ୍ତିଙ୍କର ୪ ବର୍ଷର ଶିଶୁକନ୍ୟା  ଘର ନିକଟକୁ ପାଠ ପଢିବାକୁ ଯାଇଥିଲେ। ସେଠାରୁ ଶିକ୍ଷୟତ୍ରୀ ଛୁଟି କରିବା ପରେ ଶିଶୁ କନ୍ୟାଟି ଦାଣ୍ଡରେ ଏକୁଟିଆ ଖେଳୁଥିଲା। ଏହି ସମୟରେ ଜଗନ୍ନାଥ ଶିଶୁ କନ୍ୟାଟିକୁ ଏକୁଟିଆ ପାଇ ତାକୁ ଚକଲେଟ ଦେବା  ବାହାନାରେ  ପାଖକୁ ଡକିଥିଲା। ପରେ ତାକୁ ଅଙ୍ଗୁର କୋଳି ଖାଇବୁ ଯଦି ଘରକୁ ଆସେ ବୋଲି କହି ଡାକିଥିଲେ। ଘରକୁ ଶିଶୁକନ୍ୟା ଯିବା ପରେ ସେଠାରେ ତାକୁ ବଳପୂର୍ବକୁ ଦୁଷ୍କର୍ମ କରିଥିଲା ଜଗନ୍ନାଥ। ବାହାରକୁ ଆସିବା  ପେର ଶିଶୁ କନ୍ୟାଟିର ପ୍ୟାଣ୍ଟରେ ରକ୍ତ ଲାଗିଥିବାରୁ ଝିଅର ମା ସନ୍ଦେହ କରି ଝିଅକୁ ପଚାରିଥିଲେ। ଶେଷରେ ମା ଆଗରେ କାନ୍ଦି କାନ୍ଦି ସବୁ ସତ କଥା କହିଥିଲା ନାବାଳିକ ଜଣକ। ସବୁ ଘଟଣା ମା ଶୁଣିସାରିବା  ପରେ ପଡୋଶୀଙ୍କୁ  ଯାଇ କହିଥିଲେ। ପରେ  ଗାଁ ଲୋକ ସବୁ ଏକାଠି ହୋଇ ଜଗନ୍ନାଥକୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ନାୟକାଣିଡିହ ପୋଲିସ ପହଞ୍ଚି ଜଗନ୍ନାଥକୁ ଥାନାକୁ ଆଣି ତଦନ୍ତ ଚଳାଇଛି।  ସେପଟେ  ଶିଶୁକନ୍ୟାର ପରିବାର ଡାକ୍ତରଖାନାରେ ଥିବାରୁ କେହି ଲିଖିତ ଅଭିଯୋଗ ଦେବା  ପାଇଁ ଆସିନଥିବା କହିଛନ୍ତି ପୋଲିସ ଅଧିକାରୀ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

6 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

23 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

35 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

45 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

48 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago