ପୋଖରୀରେ ବୁଡି ଶିଶୁ କନ୍ଯାର ମୃତ୍ୟୁ

ଆନନ୍ଦପୁର :  ପୋଖରୀରେ ବୁଡି ଶିଶୁ କନ୍ଯାର ମୃତ୍ୟୁ । ଶୌଚ ହେବାକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଜଣେ ୪ ବର୍ଷ ବୟସ ଶିଶୁ କନ୍ଯାର ମୃତ୍ଯୁ ଘଟିଛି । ମୃତକ ଘଷିପୁରା ଥାନା  ନାରଙ୍ଗପୁର ଗାଁର ଅଜୟ କୁମାରେ ଜେନାଙ୍କ ଝିଅ ସୁଚିତ୍ରା । ସେ ବାଡିପଟେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟପରେ ଗାଁର ଜଣେ ଶିଶୁ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ ।  ପରିବାର ଲୋକେ ସୁଚିତ୍ରାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ଠାରେ ପହଞ୍ଚିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ପୁରା ଗାଁ ରେ ଶୋକ ର ଛାୟା ଖେଳି ଯାଇଛି ।