ସୁଇମିଙ୍ଗ ଶିଖିବା ପାଇଁ ଯାଇ ବୁଡ଼ି ଗଲେ ଶିଶୁ, କଲୋନୀରେ ଶୋକାକୁଳ ପରିବେଶ

ରାଉରକେଲା : ସୁଇମିଙ୍ଗ ଶିଖିବା ପାଇଁ ଯାଇ ବୁଡ଼ି ଗଲେ ନାବାଳିକା । ଏମିତି ଅଘଟଣ ଘଟିଛି ରାଉରକେଲା ସହରର ସେକ୍ଟର -୯ ବି-୧୭ ରେ । ହକି ଭିଲେଜରେ ଥିବା ସୁଇମିଙ୍ଗ ପୁଲରେ ପହଁରା ଶିଖିବାକୁ ଯାଇଥିଲେ ଚାରି ବର୍ଷିୟା ଝିଅ ସନେହା ସିଂ ଡାକ ନାମ ଇଷା । ତେବେ କୌଣସି କାରଣରୁ ଝିଅଟି ବୁଡି ଯାଇଥିଲେ । ତାକୁ ଗୁରୁତର ଅବସ୍ଥାରେ ଆଣି ରାଉରକେଲା ଇସ୍ପାତ୍ ଜେନେରାଲ ହସପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି । ଆଜି ମୃତ ଶିଶୁକନ୍ୟାର ଶବ ବ୍ୟବଛେଦ ପରେ ସେକ୍ଟର -୧୯ ରେ ଥିବା ତାଙ୍କ ଘରକୁ ପଠାଇ ଦିଆଯାଇଛି ।

ମୃତ ଶିଶୁ ଘରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୁଇମିଙ୍ଗ ଶିଖିବା ପାଇଁ ତିନିମାସକୁ ୧୧ ହଜାର ଟଙ୍କା ନେଇ ଟ୍ରେନରମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଏହି ସୁଇମିଙ୍ଗ ପୁଲରେ ଚାରିବର୍ଷର ଝିଅ ବୁଡ଼ିଯିବା ଅଘଟଣ ଏଠାକାର ବ୍ୟବସ୍ଥାକୁ ଦାୟୀ କରିଛନ୍ତି ବାପା ସୋନୀ ସିଂ । ସୁଇମିଙ୍ଗ ଟ୍ରେନିଂ ଦେଉଥିବା ଟ୍ରେନରମାନଙ୍କ ଦାୟିତ୍ୱ ହୀନତା ଯୋଗୁଁ ମୋ ଝିଅଟି ମରିଗଲା ବୋଲି କହିଛନ୍ତି ଇଷାର ବପା ସୋନୀ ସିଂ । ସୁଇମିଙ୍ଗ ଶିଖିବା ସମୟ ଶେଷ ପରେ ସୁଇମିଙ୍ଗ ପୁଲ ବାହାରେ ଥିବା ଇଶାର ମାଆ ଟ୍ରେନରକୁ ଇଶା ବିଷୟ ପଚାରିବା ପରେ କୋୖଣସି ଠାରେ ଥିବ ଦେଖ ବୋଲି ଦାୟିତ୍ବ ହୀନ ଭାବେ କହି ଚାଲିଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଇଷାର ମା ।