ପାରାଦ୍ବୀପ(କେନ୍ୟୁଜ୍): ଆଶା କର୍ମୀଙ୍କୁ ଅପହରଣ ସହିତ ବଳାତ୍କାର ଅଭିଯୋଗ। ପାରାଦୀପ ଏମ୍ପାୟାର୍ସ ହୋଟେଲ ନିକଟରୁ ଚାରିଜଣ ଯୁବକ ଏକ କାରରେ ଉକ୍ତ ଆଶାକର୍ମୀଙ୍କୁ ନେହେରୁ ବଙ୍ଗଳାକୁ ଅପହରଣ କରି ନେବା ପରେ ବଳାତ୍କାର କରିଥିବା ନେଇ ପାରାଦୀପ ଥାନାରେ ପୀଡିତା ଆଶାକର୍ମୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ପୀଡିତାଙ୍କ କହିବା ଅନୁଯାୟୀ ଗତକାଲି ଦିନ ତିନିଟାରୁ ଚାରିଟା ଭିତରେ କୌଣସି କାର୍ଯ୍ୟ ନେଇ ଜଣେ ଆଶାକର୍ମୀଙ୍କୁ ଦେଖାକରିବାକୁ ଆସୁଥିବା ସମୟରେ ଏମ୍ପାୟାର୍ସ ହୋଟେଲ ନିକଟରେ ଚାରିଜଣ ଯୁବକ ଏକ ନାଲି ରଙ୍ଗର କାରରେ ମହିଳା ଜଣଙ୍କୁ ଅପହରଣ କରି ନେଇଥିଲେ। ଦୁର୍ବୃତ୍ତମାନେ ନେହେରୁ ବଙ୍ଗଳା ନେଇ ବଳାତ୍କାର କରି, ପରେ ସଂନ୍ଧ୍ୟାରେ ଏମ୍ପାୟାର୍ସ ହୋଟେଲ ନିକଟରେ ଛାଡି ଚାଲିଯାଇଥିଲେ । ପରେ ଘଟଣା ପ୍ରଘଟ ହେବାପରେ ସେଠାରେ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ ।
ସେହି ସ୍ଥାନରୁ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ତେବେ ବଳାତ୍କାର ଶିକାର ହୋଇଥିବା ନେଇ ପୋଲିସକୁ କହିବା ସହିତ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ଝିଅକୁ କିପରି ଗ୍ୟାଙ୍ଗରେପ କରାଯାଇଛି ଏବଂ ମୁଖ୍ୟ ଅଭିଯୁକ୍ତ ସହ ସହ ଯୋଗୀକୁ ତୁରନ୍ତ ଗିରଫ କରି ନ୍ୟାୟ ଦାବି କରିଛନ୍ତି ପୀଡିତାଙ୍କ ବାପା । ତେବେ ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିବା ବେଳେ ସନ୍ଧାନୀ କୁକୁର ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଆରମ୍ଭ କରିଛି ।