୨୦ ଦିନ ହେଲା ଅନ୍ଧାରରେ ୪୦ ପରିବାର

ଚାନ୍ଦବାଲି : ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡିଗଲା। ଏହାକୁ ୨୦ ଦିନ ବିତି ଗଲାଣିଅ। ହେଲେ ଏବେବି ବିଜୁଳି ବିନା ଅନ୍ଧାରରେ ହଇରାଣ ହେଉଛନ୍ତି ୪୦ ବିପିଏଲ ହିତାଧିକାରୀ। ବାରମ୍ବାର ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ୍ ଆରଡି ପଂଚାୟତର ମୁଆଁ ଗାଁର ୩ନମ୍ବର ଓ୍ଵାର୍ଡ ଲୋକ ଏବେ ଏମିତି ଅବସ୍ଥାରେ। ଭରସା ପାଲଟିଛି ଡିବିରି ଆଲୁଅ। ସନ୍ଧ୍ୟା ହେଲେ ନଦୀକୂଳିଆ ଗାଁଲୋକଙ୍କୁ ଘାରୁଛ ସାପ ଓ ଅଜଣା ଜନ୍ତୁର ଭୟ। ଏହା ସହ ପିଲାମାନେ ପାଠପଢ଼ି ପାରୁନାହାନ୍ତି। ଅନ୍ୟପଟେ ଟଙ୍କା ଜମା ନକଲେ ନୂଆ ଟ୍ରାନ୍ସଫର୍ମର ଲଗାଯିବ ନାହିଁ ବୋଲି ବିଦ୍ୟୁତ ବିଭାଗ ଅଧିକାରୀ କହିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.