ଅଳ୍ପକେ ବର୍ତ୍ତିଲା ୪୦ ଜୀବନ, ବସ-ଟ୍ରକ ମୁଁହାମୁଁହିଁ ଧକ୍କା

ସୋର : ସୋର କଲେଜ ଛକ ନିକଟରେ ୧୬ ନଂ ଜାତୀୟ ରାଜପଥରେ ଘଟିଲା ଅଘଟଣ ।  ଆଜି ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଏକ ବସ୍-ଟ୍ରକ୍ ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ‘ଅଜୟ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସତସଙ୍ଗ ବିହାର ନିକଟରେ ଏକ ପୋଲ ଉପରେ ଯାଉଥିବା ବେଳେ ଏକ ଟ୍ରଲର ସହିତ ଧକ୍କା ହୋଇଥିଲା ।

ଯାହାଫଳରେ ବସ୍‌ରେ ଥିବା ପ୍ରାୟ ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି ।  କିନ୍ତୁ ସେମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇନାହିଁ ।  ଅନ୍ୟପକ୍ଷରେ ଟ୍ରଲର ଡ୍ରାଇଭର ଦୀର୍ଘ ସମୟ ଧରି ଟ୍ରକ୍ ଏବଂ ବସ୍‌ ମଧ୍ୟରେ ଫସି ରହିଥିଲେ ।

ସୂଚନାମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ।  ଟ୍ରକ୍ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଛି ।  ବସ୍‌ଟି ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Also read: ଉତ୍ତରପ୍ରଦେଶ : ସ୍କୁଲ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲା ୪୦ ସ୍କୁଲ ପିଲାଙ୍କ ଜୀବନ