ପଦ୍ମପୁର ଲଢେଇ: ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ ପାଇଁ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁର ପାଇଁ ୪୦ ଜଣିଆ କ୍ୟାମ୍ପେନର ତାଲିକା ଜାରି କରିଛି ବିଜେପି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା । ସେହିପରି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ଜୁଏଲ୍‌ ଓରାମ୍‌, ପ୍ରତାପ ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓଙ୍କ ସମେତ ବହୁ ବିଧାୟକ ଓ ବରିଷ୍ଠ ନେତା ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍‌ ମାଗିବେ ।

ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ଏହାସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମୋର ପ୍ରଚାର ମୈଦାନୁ ଆସିପାରନ୍ତି । ଏହାସହ ପ୍ରଦୀପ ପୁରୋହିତ ବି ପଦ୍ମପୁରର ବିଭିନ୍ନ ସ୍ଥାନରେ ପ୍ରଚାରକୁ ସରଗରମ କରିଛନ୍ତି । ସମସ୍ତଙ୍କୁ ନେଇ ପ୍ରଚାର ଜୋରଦାର କରିବାକୁ ରଣନୀତି କରିଛି ବିଜେପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.