୪୧ଦିନ ହେଲାଣି ପ୍ରକୃତି ନିବାସରେ ଝୁଲୁଛି ତାଲା, ଧାରଣାରେ ବସିଛନ୍ତି ଗାଁ ଲୋକେ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡ଼ିରେ ରହିଛି ପକ୍ଷୀ ଅଭୟାରଣ୍ୟ । ଏହି ପକ୍ଷୀ ଅଭୟାରଣ୍ୟକୁ ବୁଲିବା ପାଇଁ ବର୍ଷ ତମାମ ଦେଶ ବିଦେଶର ପର୍ଯ୍ୟଟକ ଆସିଥାଆନ୍ତି । ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗର ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ପ୍ରକୃତି ନିବାସ। ଯେଉଁଠାରେ ରହିବା ପାଇଁ ରାଜ୍ୟ ସରକାର ଅନଲାଇନ୍ ରେ ଅର୍ଥ ନେ଼ଇ ରହିବା ଓ ଖାଇବା ବ୍ୟବସ୍ଥା କରୁଥିଲେ । ପର୍ଯ୍ୟଟକମାନେ ଏଠାରେ ବେଶ୍ ଭିଡ ଜମାଉଥିଲେ । ଏବେ କିନ୍ତୁ ପ୍ରକୃତି ନିବାସରେ ୪୧ଦିନ ହେଲା ତାଲା ଝୁଲୁଛି । ଏଥିପାଇଁ  ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଛି ।

ଏହାର କାରଣ ମଙ୍ଗଳାଯୋଡି ଠାରେ ଥିବା ପ୍ରକୃତି ନିବାସ ପରିଚାଳନା ଦାୟିତ୍ଵ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ଦାବି ରଖି ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ଅହୋରାତ୍ର ଧାରଣା ରେ ବସି ରହିଛନ୍ତି । ସରକାରୀ ନିୟମ ଅନୁସାରେ ପରିବେଶ ଉନ୍ନୟନ କମିଟି ଗଠନ କରାଯାଇ ଏହାର ପରିଚାଳନା ଦାୟିତ୍ଵ ଗ୍ରାମବାସୀଙ୍କୁ ନ୍ୟସ୍ତ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ବଣ୍ୟପ୍ରାଣୀ ବିଭାଗ ତରଫରୁ ଏହାକୁ ଅଣଦେଖା କରାଯାଉଛି । ସ୍ଥାନୀୟ ସରପଞ୍ଚ, ଗ୍ରାମବାସୀଙ୍କ ସମେତ ବିଭିନ୍ନ ବର୍ଗର ମହିଳା ପୁରୁଷ ଏକାଠି ହୋଇ ଏହି ଅହୋରାତ୍ର ଧାରଣାରେ ବସିଛନ୍ତି ।

ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆଜି ପର୍ଯ୍ୟନ୍ତ ୪୧ ଦିନ ବିତିଗଲାଣି ହେଲେ ଅହୋରାତ୍ର ଧାରଣା ଦବିବା ନା ଧରୁନି,ଜିଲ୍ଲା ପ୍ରଶାସନ କିମ୍ବା ବନ୍ୟପ୍ରାଣୀ ବିଭାଗ କାହାର ଦେଖା ନାହିଁ । ଖୋର୍ଦ୍ଧା ବିଧାୟକ ସହୃଦୟତା ଦେଖାଇ ଆସି ପହଞ୍ଚି ଥିଲେ ଧାରଣା ସ୍ଥଳୀରେ।  ଆଲୋଚନା କରିବା ପରେ ଧାରଣାରୁ ଓହରି ଯିବାକୁ ଅନୁରୋଧ କରିଛନ୍ତି ।

ସେପଟେ ବିଧାୟକ କହିଛନ୍ତି ମୁଁ  ଜିଲ୍ଲାପାଳ, ଡିଏଫଓଙ୍କ ସ‌ହ ମିଳିତ ଗୁରୁତ୍ବପୂର୍ଣ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସତ୍ତ୍ବେ । ଅହୋରାତ୍ର ଧାରଣାରୁ ହଟିବୁନି ବଂର ବିଧାୟକଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଉଛୁ ପ୍ରଶାସନିକ ସ୍ତରରେ ସରକାରୀ ସମାଧାନ ଘୋଷଣା ପରେ ଆମେ ଧାରଣାରୁ ହଟିବୁ ବୋଲି ମତବ୍ୟକ୍ତ କରିଛନ୍ତି ମଙ୍ଗଳା ଯୋଡି ପ୍ରକୃତି ନିବାସ ସମ୍ମୁଖରେ ଧାରଣାରେ ବସି ରହିଥିବା ଶତାଧିକ ଗ୍ରାମବାସୀ ।

You might also like