ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି, ସଫଳତା କାମନା କଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି । ବିହାରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ୭ମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ କିସର ରେକର୍ଡ ସଂଖ୍ୟକ ୪୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କିସର ୨୦ ବାଳକ ଓ ୨୧ ବାଳିକା ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ବିହାରର ୫ଟି ପ୍ରମୁଖ ସହରରେ ମେ ୪ ରୁ ପାଟନା, ରାଜଗିର, ଗୟା, ଭାଗଲପୁର, ଏବଂ ବେଗୁସରାଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୋଟ ୨୭ ଟି ବିଭାଗରେ ପ୍ରତିଯୋଗିତା ହେବାକୁ ଥିବା ବେଳେ କିସ୍ ଖେଳାଳିମାନେ ୬ ଟି ବିଭାଗରେ ଅଂଶଗ୍ରହଣ କରିବେ। ରଗବୀରେ ୧୯ ଖେଳାଳି, ସେପାକ୍ ଟାକ୍ରରେ ୧୫ ଜଣ, ଦୌଡକୁଦ, ଯୁଡୋ, ସାଇକେଲ ଚାଳନାରେ ଜଣେ ଲେଖାଏଁ ଖେଳୁଥିବା ବେଳେ ଖୋ ଖୋରେ ୪ ଜଣ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି।