ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ, ଜଣେ ଅଟକ

ବଲାଙ୍ଗିର (କେନ୍ୟୁଜ): ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ । ଜଣେ ସର୍ଦ୍ଦାର ଅଟକ । ବଲାଙ୍ଗିର ଜିଲ୍ଲାରୁ ୪୨ ଜଣ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ କରୁଥବା ବେଳେ ଶ୍ରମିକ ମାନେ ୩ଟି ବୋଲେରୋ ଯୋଗେ ଷ୍ଟେସନ୍‌ ଯାଉଥିବା ଜାଣିବାକୁ ପାଇଥିଲା ।

ସୂଚନା ଅନୁସାରେ ଚଟୁଅନକା ଗାଁ ପାଖ ରାସ୍ତାରୁ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୨୪ ଜଣ ପୁରୁଷ,୧୫ ଜଣ ମହିଳା ଓ ୩ଜଣ ଶିଶୁ ଥିବା ଜଣାପଡିଛି । ସମସ୍ତ ଶ୍ରମିକଙ୍କୁ ବେଆଇନ୍‌ ଭାବେ ରାଜ୍ୟ ବାହାରକୁ ନେବାର ଯୋଜନା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.