ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସବୁ ପୌରାଞ୍ଚଳରେ ଲାଗିବ LED ଷ୍ଟ୍ରିଟ୍ ଲାଇଟ୍

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଜିଲ୍ଲାସ୍ତରରେ ଗଠନ ହେବ ଗ୍ରୀନ୍ ମହାନଦୀ ମିଶନ କମିଟି । ଏଥିପାଇଁ ୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଗ୍ରୀନ୍ ମିଶନ କମିଟି ମୁଖ୍ୟ ରହିବେ ଜିଲ୍ଲାପାଳ । ମହାନଦୀ ସହ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀକଡ଼ରେ ବୃକ୍ଷରୋପଣ ହେବ । ସେପଟେ ସବୁ ପୌରାଞ୍ଚଳରେ ଲାଗିବ ଖଋଊ ଷ୍ଟ୍ରିଟ୍ ଲାଇଟ୍ । ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩ଟି କମ୍ପାନୀ ଏହାର ପରିଚାଳନା କରିବେ । ଅନ୍ୟପଟେ ଭବାନୀପାଟଣା ମେଡିକାଲ କଲେଜ ପାଇଁ୨୨୦ କୋଟି ଓ କଟକ ଶିଶୁ ଭବନର ନୂଆ ଶିଶୁଭବନ ବିଲ୍ଡିଂ ପାଇଁ ୧୧୮ କୋଟି ଟଙ୍କା ମଞ୍ଜୁର ହୋଇଛି । ରାଜ୍ୟ ସଚିବାଳରେ ଅନୁଷ୍ଠିତ ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସଚନା ଦେଇଛନ୍ତି ।