ରାଜ୍ୟ

ଖଣ୍ଡଗିରିରୁ ଚକେଇସିଆଣୀ ମାଡି ଚାଲିଲା କରୋନା

ରାଜଧାନୀରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଆଜି ରାଜଧାନୀରୁ ୪୫ ଟି ନୂଆ ପଜିଟିଭ କେଶ ଆସିଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ କ୍ଵାରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଏନେଇ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ଏମଧ୍ୟରୁ ୯ ଜଣ ମଂଚେଶ୍ୱର ସ୍ଥିତ ଏକ ଖବର କାଗଜ ଅଫିସ ନିକଟରୁ ଚିହ୍ନଟ ହୋଇଛନ୍ତି । ସମସ୍ତେ ପୁରୁଷ ଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ବୟସ ୨୫ବର୍ଷ ଥିବା ବେଳେ ଅନ୍ୟମାନଙ୍କ ବୟସ ଯଥାକ୍ରମେ ୩୨ ବର୍ଷ, ୪୦ ବର୍ଷ, ୨୭ବର୍ଷ, ୨୯ବର୍ଷ, ୬୦ବର୍ଷ, ୩୭ବର୍ଷ ରହିଥିବା ନେଇ ରିପୋର୍ଟ ଆସିଛି । ଅନ୍ୟପକ୍ଷରେ ସାମନ୍ତରାପୁର ଅଂଚଳରୁ ୬ଟି ନୂଆ ପଜିଟିଭ କେଶ ବାହାରିଛି । ଏମାନଙ୍କ ମଧ୍ୟରେ ଜଣେ ୫୩ ବର୍ଷୀୟ ମହିଳା ଥିବା ବେଳେ ଅନ୍ୟମାନଙ୍କ ବୟସ ଯଥାକ୍ରମେ ୩୬ ବର୍ଷ, ୨୩ବର୍ଷ, ୩୪ବର୍ଷ, ୨୪ବର୍ଷ ଓ ୨୧ବର୍ଷ ଥିବା ଜଣାଯାଇଛି ।


 

ଆଜିର ଚିହ୍ନଟଙ୍କ ମଧ୍ୟରୁ ୩ଜଣ ବେସରକାରୀ ହସ୍ପିଟାଲର କାର୍ଯ୍ୟରତ କର୍ମଚାରୀ ବୋଲି ଜଣାଯାଇଛି । ଏମାନେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଚନ୍ଦ୍ରଶେଖରପୁର ମଇତ୍ରେୟୀ ବିହାରର ଜଣେ ୨୮ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବାଦ ଆଇଗିଣିଆ ଅଂଚଳର ଜଣେ ୨୬ବର୍ଷୀୟ ଯୁବକ, ସତ୍ୟନଗର ଅଞ୍ଚଳର ୨୨ବର୍ଷୀୟ ଯୁବକ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମଂଚେଶ୍ୱର କଳିଙ୍ଗ ବେକେରି ନିକଟରୁ ଆଜି ୩ପଜିଟିଭ କେସ ବାହାରିଛି । ସେମାନଙ୍କ ବୟସ ଯଥାକ୍ରମେ ୨୭ବର୍ଷ, ୩୦ବର୍ଷ, ୨୮ବର୍ଷ ଥିବା ଜଣାଯାଇଛି | ସହିଦ ନଗର ଅଂଚଳର ଜଣେ ୪୬ବର୍ଷ ବ୍ୟକ୍ତିଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ଏହା ବାଦ ଭରତପୁରର ଜଣେ ୨୭ବର୍ଷୀୟ ଯୁବକ, ହଂସପାଳ ଅଂଚଳର ଜଣେ ୪୫ବର୍ଷୀୟ ବ୍ୟକ୍ତି, ଚକେଇଷାଣୀର ଜଣେ ୫୦ବର୍ଷୀୟ ଯୁବକ, ଲକ୍ଷ୍ମୀସାଗର ଅଂଚଳ ୨୧ବର୍ଷୀୟ ଯୁବତୀ, ୟୁନିଟ-୪ଅଂଚଳର ଜଣେ ୩୨ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି । ଅଶୋକ ନଗରର ୫୧ ବର୍ଷୀୟ ବ୍ୟକ୍ତି, ବରମୁଣ୍ଡା ଜଗନ୍ନାଥ ବିହାର ଅଂଚଳର ୨୧ବର୍ଷୀୟ ଯୁବକ, ଶକ୍ତି ଗେଷ୍ଟ ହାଉସ ନିକଟ ଅଂଚଳର ଜଣେ ୪୮ବର୍ଷୀୟ ଯୁବକଙ୍କ ରିପୋର୍ଟ ବି ପଜିଟିଭ ଆସିଛି ।

ଭୀମଟାଙ୍ଗୀର ୩୨ବର୍ଷୀୟ ମହିଳା ଆଜି ଚିହ୍ନଟ ହୋଇଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ହସ୍ପିଟାଲରୁ ୩ ଜଣ ପୁରୁଷ ଓ ଜଣେ ୨୮ବର୍ଷୀୟ ମହିଳାଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ଅନ୍ୟପକ୍ଷରେ ରବି ଟକିଜର ୫୬ ବର୍ଷୀୟ ବ୍ୟକ୍ତି, ଶାଳିଆ ସାହି ସାନି ମନ୍ଦିରର ଜଣେ ୨୭ ବର୍ଷୀୟ ଯୁବକ, ଖଣ୍ଡଗିରିର ଜଣେ ୨୯ବର୍ଷୀୟ ଯୁବକ, ଡୁମୁଡୁମା ସୁବାସ ବସ୍ତି ଅଂଚଳର ଜଣେ ୩୬ ବର୍ଷୀୟ ଯୁବକ, ପୁରୁଣା ଭୁବନେଶ୍ୱର ଯମେଶ୍ୱର ପାଟଣା ଏରିଆର ୪୫
ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବାଦ ଏମଏଲଏ କଲୋନୀର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେପଟେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ ସେଣ୍ଟର ନିକଟରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି । ଅନ୍ୟ ପକ୍ଷରେ ରାଜଧାନୀରୁ ୩୧
ଜଣ ସୁସ୍ଥତା ଲାଭ କରିଥିବା ଜଣାଯାଇଛି ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

53 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

53 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

2 hours ago