ନିଆଁ ଲାଗି ଜଳିଗଲା ୪୬ ବଖରା ଘର, ଏବେ ବାସହୀନ ୨୨ ପରିବାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ମହାନ୍ତି ସାହିରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ନିଆଁଲାଗି ୨୨ ପରିବାରର ୪୬ ବଖରା ଭସ୍ମୀଭୂତ ହୋଇଯାଇଛି । ଧାନ ଚାଉଳ ଠାରୁ ଆରମ୍ଭ କରି ସମସ୍ତ ଆସବାହ ପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବାର କାରଣ ଅସ୍ପଷ୍ଟ ରହିଛି।

ଖବର ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ପ୍ରଥମେ ହରିହର ସାହୁଙ୍କ ଘରେ ନିଆଁ ଲାଗିଥିଲା। ଏହା ଦେଖି ପାଖ ପଡୋଶୀ ଡାକ ପକାଇଥିଲେ। ନିଆଁର ପ୍ରକୋପ ଏତେ ତିବ୍ର ଥିଲା ଥିଲା ଯେ ଚାହୁଁ ଚାହୁଁ ସମସ୍ତ ବଖରାରେ ନିଆଁ ଲାଗିଯାଇଥିଲା। ଫଳରେ ଜୀବନ ବିକଳରେ ପରିବାର ଲୋକମାନେ ପଦାକୁ ଦୌଡ଼ି ଥିଲେ। ଆଖିପିଛୁଳାକେ ସେଠାରେ ଥିବା ୪୬ ବଖରା ଘର ପୋଡ଼ି ମାଟିରେ ମିଶିଯାଇଥିଲା। ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାଜାଣି ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.