ଭୋଜି ଖାଇ ୪୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରୀ ଦଳର ଅନୁଧ୍ୟାନ

ବାଙ୍ଗିରିପୋଷୀ : ଭୋଜି ଖାଇ ୪୬ ଅସୁସ୍ଥ । ମୟୂରଭଞ୍ଜ ସାରସକଣା ବ୍ଲକ୍ କାଶୀପାଳ ଗାଁରେ ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସନ୍ଧ୍ଯାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗାଁଲୋକ ।  ଏହାପରେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ ବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ ।

ତେବେ ୧୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  କିଛି ଜଣ ଆଜି ସକାଳୁ ସୁସ୍ଥ ପରେ ଗ୍ରାମକୁ ଫେରି ଯାଇଛନ୍ତି ବୋଲି ଡାକ୍ତର କହିଛନ୍ତି ।  ଆଜି ପୁଣି ଏକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।  କେଉଁ କାରଣ ପାଇଁ ଖାଦ୍ୟ ବିଷାକ୍ତ ହେଲା ସେନେଇ ଅନୁଧ୍ୟାନ କରୁଛି ଟିମ୍ ।

 

ଆହୁରି ପଢ଼ନ୍ତୁ : ମଞ୍ଚରେ ଦେଖାଯିବେ ନାହିଁ ହାସ୍ୟ ଅଭିନେତା ନରି ପଣ୍ଡା, ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ