ମୋଟୁରେ ୪୭୩ କଇଁଛ ଜବତ, ୨ ବେପାରୀ ଫେରାର

ମାଲକାନଗିରି :   ମୋଟୁରେ ୪୭୩ କଇଁଛ ଜବତ  ।  ଆନ୍ଧ୍ର -ଓଡିଶା ସୀମାନ୍ତରେ ୧୩ ଟି ବସ୍ତା ରେ ୪୭୩ କଇଁଛ ଜବତ କରିଛି ମୋଟୁ ବନବିଭଗ ।  ଗୋଟିଏ ବୋଲେରୋ ଗାଡି ଜବତ ହୋଇଥିବା ବେଳେ ଦୁଇ ବେପାରୀ ଫେରାର ହୋଇଯାଇଛନ୍ତି ।

ଏମ୍. ଭି-୭୯ ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ ମୋଟୁ ସେକ୍ସନର ଫରେଷ୍ଟର ମୁରୁଳି ଅନୁଗୁଳିଆଙ୍କ ସହ ବନବିଭାଗର କର୍ମଚାରୀ ମାନେ ମୋଟୁ ଚେକ ପଏଣ୍ଟଠାରେ ପଇଁତରା ମାରିଥିଲେ ।  ଭୋର ସମୟରେ ମୋଟୁ ଚେକପଏଣ୍ଟରେ ଏକ ବୋଲାରେୋ ଯୋଗେ କଇଁଛ ଆନ୍ଧ୍ରରୁ ଓଡିଶାକୁ ଚୋରାଚାଲାଣ ହେଉଥିବା ବେଳେ ଜବତ କରିଛନ୍ତି ।

Also read : ଧରାପଡିଲେ କଇଁଛ ଗାଡି ସହ ଦୁଇ ଆସାମୀ, ୩୦୮ ଟି କଇଁଛ ଜବତ