ରାଜ୍ୟରେ ପୁଣି ୫ହଜାର ତଳେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୮୪୩ ଆକ୍ରାନ୍ତ ଚିହ୍ନଟ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପୁଣି ୫ହଜାର ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୭.୭୦ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର ୮୫୮ ନମୂନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୭୩୫, କଟକରୁ ୩୭୯, ନୟାଗଡ଼ରୁ ୧୯୪ନୂଆ କେସ୍ ଆସିଛି । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଛି ୫୩ ହଜାର ୯୦। ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୬୬୩ ଜଣ ।
ଆକଟିଭ୍ କେସ୍ ରେଡ୍ ଜୋନ୍ରେ ୩ ଜିଲ୍ଲା, TPR ରେଡ୍ ଜୋନ୍ରେ ୯ ଜିଲ୍ଲା ରହିଛି। TPR ରେଡ୍ ଜୋନ୍ରେ ସଂକ୍ରମଣ ହାର ୭.୫ ପ୍ରତିଶତରୁ ଅଧିକ ରହିଛି। ୧୦ପ୍ରତିଶତ ପଜିଟିଭିଟି ରେଟ୍ ଉପରେ ୫ ଜିଲ୍ଲା । ଖୋର୍ଦ୍ଧା, ନୟାଗଡ଼, ସୋନପୁର, ଦେବଗଡ଼ ଓ କଳାହାଣ୍ଡିରେ ୧୦ ପ୍ରତିଶତ ଉପରେ ରହିଛି ପଜିଟିଭିଟି ରେଟ୍ । ଆକ୍ଟିଭ କେସ୍ ରେଡ ଜୋନରେ ୩ ଜିଲ୍ଲା । ଏଗୁଡିକ ହେଲା ସୁନ୍ଦରଗଡ଼, କଟକ ଓ ଖୋର୍ଦ୍ଧା