୨୪ ଘଣ୍ଟାରେ ୪୯ ଜଣ କରୋନା ପଜିଟିଭ, ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବାଲେଶ୍ଵରରେ ୧, ବରଗଡ଼ରେ ୧, ବଲାଙ୍ଗୀରରେ ୬, କଟକରେ ୩, ଦେଓଗଡ଼ରେ ୧, ଯାଜପୁରରେ ୨, ଖୋର୍ଦ୍ଧାରେ ୯, କଳାହାଣ୍ଡିରେ ୧, ନବରଙ୍ଗପୁରରେ ୧, ନୟାଗଡ଼ରେ ୨, ନୂଆପଡ଼ାରେ ୨, ପୁରୀରେ ୭, ସମ୍ବଲପୁରରେ ୪, ସୋନପୁରରେ ୧୦ ଓ ଷ୍ଟେଟ ପୁଲରୁ ଜଣେ ସଂକ୍ରମିତ ହୋଇଛନ୍ତି।

Also Read: ସାପ୍ତାହିକ ରାଶି ! ପଢ଼ନ୍ତୁ, କେମିତି କଟିବ ପୂରା ସପ୍ତାହ

Leave A Reply

Your email address will not be published.