ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି, ସେଥିରେ ଅଛନ୍ତି ଜଣେ ସିଆରପିଏଫ ଯବାନ

ପୁରୀ : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି। ଗିରଫଙ୍କ ମଧ୍ୟରେ ରହିଛନ୍ତି ସିଆରପିଏଫ ଯବାନ। ଗତକାଲି ରାୟଗଡ଼ାରୁ ୪ର୍ଥ ଅଭିଯୁକ୍ତ ଗିରଫ ବୁଲୁ ବାରିକଙ୍କୁ ପୁରୀ ପୋଲିସ ଗିରଫ କରିଥିଲା। ସେ ଜଣେ ସିଆରପିଏଫର ଯବାନ ଥିବା ଜଣାପଡ଼ିଛି। ତେବେ ନିଜକୁ ସାମ୍ବାଦିକ ପରିଚୟରେ ବାହାରେ ବୁଲୁଥିବା ପୋଲିସ କହିଛି। ଆଜି ଆଉ ୨ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ।
ପୀଡ଼ିତାଙ୍କ ପୁରୁଷ ବନ୍ଧୁ ରଞ୍ଜିତ ପରିଡ଼ା ଓ ତାଙ୍କ ସ୍ତ୍ରୀ ସୌମ୍ୟା ଶେଫାଳି ପରିଡାଙ୍କୁ ଗିରଫ କରାଯାଇଛି। ସେହିପରି ରଞ୍ଜିତ ଓ ତାଙ୍କ ପତ୍ନୀଙ୍କୁ ମହିଳାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରହିଥିବା ପୁରୀ ଏସପି ଉମାଶଙ୍କର ଦାଶ କହିଛନ୍ତି। ବୁଲୁ ନାଁରେ ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲା। ପରେ ରାୟଗଡ଼ାରେ ସଂପର୍କୀୟଙ୍କ ଘରେ ରହିଥିବା ବେଳେ ପୁରୀ ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରି ଗିରଫ କରିଥିଲା। ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ, ସହଯୋଗୀ ରାଜେଶ ସେଠୀ ଓ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।