ଗୁପ୍ତଚରଙ୍କ ଠାରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ: ପ୍ରଥମେ ଫେସବୁକରେ ସମ୍ପର୍କ ଓ ତାପରେ ଚାଟିଂ, ଅଶ୍ଲୀଳ ବାର୍ତ୍ତାଳାପସହ ଭିଡିଓ କଲିଂ

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଖୋଲିବାରେ ଲାଗିଛି ଗୁମର । ଜଣେ ନୁହେଁ ଏକାଧିକ ଯୁବତୀଙ୍କ ହନିଟ୍ରାପର ଶିକାର ହୋଇଥିଲେ ଏହି କର୍ମଚାରୀ। ଆଜି ଦ୍ୱିତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ରିମାଣ୍ଡରେ ଥିବା ୫ କର୍ମଚାରୀ। କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଜେରା କରିବେ ।

ଅଭିଯୁକ୍ତଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ୫ଟି ଟିମ୍‌ ଗଠନ କରିଛି। ଏସି ଅପରେଟର ବସନ୍ତ ବେହେରା ଓ ଡ୍ରାଇଭର ସଚିନ କୁମାର ଛତାଙ୍କୁ ଅଧିକ ଗୁଡେଇତୁଡେଇ ପ୍ରଶ୍ନ କରିଥିଲେ ଟିମ୍‌। ତଦନ୍ତବେଳେ ଜଣାପଡିଛି ପ୍ରଥମେ ଫେସବୁକରେ ସମ୍ପର୍କ ଓ ତାପରେ ହ୍ଵାଟସ୍‌ଆପ୍‌ରେ ଚାଟିଂ। ଅଶ୍ଲୀଳ ବାର୍ତ୍ତାଳାପସହ ଭିଡିଓ କଲିଂ। ଯୁବତୀମାନେ ପଶ୍ଚିମବଙ୍ଗ ଓ ରାଜସ୍ଥାନର ବୋଲି କ୍ଷେପଣାସ୍ତ୍ର ଘାଟିର କର୍ମଚାରୀଙ୍କୁ କହିଥିଲେ। ବିଶେଷ ଭାବରେ ବ୍ରହ୍ମାସ୍ତ୍ର ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନର ISI ଏଜେଣ୍ଟ ଏମାନଙ୍କ ଜରିଆରେ ହାତେଇଥିବା ପ୍ରମାଣ ମିଳିବାରେ ଲାଗିଛି। ଅଧିକ ତଥ୍ୟ ହାସଲ ପାଇଁ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇଣବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.