କନ୍ଧମାଳ: ଗାଡ଼ିରେ ପ୍ରେସ ଲେଖି କରୁଥିଲେ ଗଂଜେଇ ଚାଲାଣ, ପୋଲିସ ହାତରେ ଧରାପଡ଼ିଲେ ୫ ଅପରାଧୀ

କନ୍ଧମାଳ: କନ୍ଧମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ବଡ ଧରଣର ଗଂଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଚାଲାଣ ଏମିତି ସେମିତି ନୁହେଁ ବରଂ ଗଣମାଧ୍ୟମ ଚିହ୍ନକୁ ଢାଲ କରି କରାଯାଉଥିଲା । ଗଣମାଧ୍ୟମର ବୁମ ରଖି ଗାଡ଼ିରେ ପ୍ରେସ ଲେଖି ଗଂଜେଇ ଛତିଶଗଡ଼କୁ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଂଜେଇ ଜବତ କରିଛି ଗୋଛାପଡା ପୋଲିସ । ବେଆଇନ ଗଂଜେଇ ଚାଲାଣ ସୂଚନା ପାଇ ଫୁଲବାଣୀ ଏସ୍ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ଅଧୀନରେ ଏକ ଟିମ ଜିଲ୍ଲାର ସୁନାମୁଦି ପୋଲ ନିକଟରେ ଚଢ଼ାଉ ଆରମ୍ଭ କରିଥିଲେ ।

press car

ଏହି ସମୟରେ ପୋଲିସ ହାତରେ ୫ ଜଣ ଗଂଜେଇ ମାଫିଆ ଧରା ପଡ଼ିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ଜଣେ ଅଂଚଳର ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ପୂର୍ବରୁ ମଧ୍ୟ ଏମାନେ ବହୁ ବେଆଇନ କାରବାରରେ ସାମିଲ ଥିବା ନେଇ ଆଶଙ୍କା କରାଯାଉଛି । ଫୁଲବାଣୀ ଏସ୍ଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କ ତରଫରୁ ଜାରି ହୋଇଥିବା ସୂଚନା ମୁତାବକ ତାଙ୍କ ଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ସମେତ ୧ କୁଇଣ୍ଟାଲ ୨ କିଲୋଗ୍ରାମ ଓଜନର ଗଂଜେଇ ଜବତ କରାଯାଇଛି ।

Leave A Reply

Your email address will not be published.