୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ରାୟଗଡା (କେନ୍ୟୁଜ): ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଷମକଟକ ଥାନା ଅନ୍ତର୍ଗତ ଗୋତିଗୁଡା ଗାଁର ଜଗବନ୍ଧୁ ଜେନା,ରଞ୍ଜନ ପେରିସିକା, ବିଷମକଟକ ବଡ଼ ହରିଜନ ସାହିର ଦୁର୍ଯ୍ୟ କୌଶଲିଆ ହେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପ୍ରବୀନ ବାରଣାସି ଓ ରାଜେଶ ବାରଣାସି ବୋଲି ଜଣା ପଡ଼ିଛି। ବିଷମକଟକ ଅଞ୍ଚଳର ସଂପୃକ୍ତ ବ୍ୟକ୍ତ ମାନେ ଏହି ସବୁ ପାଇପକୁ ଶ୍ରୀକାକୁଲମର ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ଼ ସ୍କ୍ରାପ୍ କମ୍ପାନିକୁ ବିକ୍ରି କରୁଥିଲେ ।

ସୂଚନା ଅନୁଯାଏ ବିଷମକଟକ ବ୍ଲକର କୁମ୍ଭାରଢ଼ାମୁଣି ପଞ୍ଚାୟତରେ ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିଲା। ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟରେ ବିଛାଯାଇଥିବା ୩୫୪ ଟି କାଷ୍ଟ ଆଇରନ୍ ପାଇପ ସେଠାରୁ ଚୋରି ହୋଇଥିଲା। ଏ ନେଇ ପ୍ରକଳ୍ପର ଠିକାଦାର ଗତ ଡିସେମ୍ବର ମାସ ୨୪ ତାରିଖରେ ଏବଂ ଜନୁୟାରୀ ମାସ ୪ ତାରିଖରେ ୨ଟି ଏତଲା ବିଷମକଟକ ଥାନାରେ ଦିଆ ଯାଇଥିଲା। ଥାନାରେ ଦୁଇଟି ମାମାଲ ରୁଜୁ ହବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। କୁମ୍ଭାରଢାମୁଣି ଅଞ୍ଚଳର ଜଗବନ୍ଧୁ ଏବଂ ରଂଜନ ଉପରେ ପୋଲିସର ସନ୍ଦେହ ପରେ ପୋଲିସ ଟିମ ଶ୍ରୀକାକୁଲମ୍ ର ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ କଂମ୍ପାନୀ ଉପରେ ଚଢ଼ାଉ କରି ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି।

ଚୋରିରେ ବ୍ୟବହୃତ ହୋଇଥିବା ଟ୍ରକ୍ ଶହ ପାଇପ ଗୁଡିକକୁ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୩୮ଲକ୍ଷ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ମାମଲାରେ ଆଗକୁ ତଦନ୍ତ ଚାଲୁ ରହିବ ଏବଂ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାର ଖବର ବାହାର କରି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବିଷମକଟକ ଏସ୍.ଡି.ପି.ଓ. ଆକାଶ କୁମାର ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.