ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ୫ ଗିରଫ

ନୟାଗଡ଼ : ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ଘଟଣା । ୫ ଜଣଙ୍କୁ ଗିରଫ କଲା ନୟାଗଡ଼ ପୋଲିସ । ଗତ ମେ ୧ ତାରିଖରେ ଇଟାମାଟି ଥାନା ବଉଳିସାହିରେ ଘଟିଥିଲା ଘଟଣା । ପୃଥ୍ୱୀରାଜ ଦଳବେହେରା ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସେହି ଗାଁର ୧୧ ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏମାନଙ୍କ ଠାରୁ ଠେଙ୍ଗା, କଟୁରୀ ଆଉ ଖଣ୍ଡା ଜବତ ହୋଇବା ପ୍ରେସମିଟରେ ସୂଚନା ଦେଇଛନ୍ତି ନୟାଗଡ ଏସପି ।