ବ୍ୟାଙ୍କରେ ଡକାୟତି ଉଦ୍ୟମ କରି ୫ ଗିରଫ
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ କରିଥିବା ୫ ଜଣ ଡକାୟତକୁ ଗିରଫ କଲା ବରଗଡ଼ ପୋଲିସ | ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇ ଜି ହିମାଂଶୁ ଲାଲ | ଗତକାଲି ସନ୍ଧ୍ୟା ସମୟରେ ଡକାୟତ ମାନେ ବ୍ୟାଙ୍କକୁ ଯାଇ ବନ୍ଧୁକ ଓ ଅସ୍ତ୍ର ଦେଖାଇ ଡକାୟତି ଉଦ୍ୟମ କରିଥିଲେ ବ୍ୟାଙ୍କ କର୍ମଚାରୀ ସାଇରନ ବଜାଇବା ପରେ ଡକାୟତ ମାନେ ଫେରାର ମାରୁଥିବା ସମୟରେ ଜଣେ ଡକାୟତକୁ ପୋଲିସ କାବୁ କରିଥିଲା ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ମୋଟ ୫ ଜଣ ଡକାୟତକୁ ପୋଲିସ ଗିରଫ କରିଛି | ଡକାୟତମାନଙ୍କ ଠାରୁ ବନ୍ଧୁକ, ମୋବାଇଲ, ଭୁଜାଲି, ଜୀବନ୍ତ ଗୁଳି ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି