ପ୍ରେମିକା ସହ କଥା ହେଉଥିବା ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା ଦେବା ପଡିଲା ମହଙ୍ଗା, ୫ ଗିରଫ

ଜଗତସିଂହପୁର(କେନ୍ୟୁଜ୍):ପ୍ରେମିକା ସହ କଥା ହେଉଥିବା ଏକ ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗାଁରେ । ଖାଲି ସେତିକି ନୁହେଁ ୫୨୦୦ ଟଙ୍କା ଦାଦା ବଟି ଆଦାୟ ସହିତ ବାର୍ତାଳାପର ଭିଡିଓ ଭାଇରାଲ୍‌ ମଧ୍ଯ କରାଯାଇଥିଲା । ଏହି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।  ଗିରଫ ଅଭିଯୁକ୍ତମାନେ ହେଲେ ରସଲପୁର ଗାଁର ଆକାଶ ମହାନ୍ତି(୨୫), ଅସିତ କୁମାର ମହାନ୍ତି(୧୯), ସରୋଜ ଭୋଇ ଓରଫ୍ ରାଜୁ (୨୫), ବିଘ୍ନନ ଓରଫ୍ ବିଘ୍ନେଶ୍ବର ନାଥ(୪୮) ଓ ଶ୍ରୀନିବାସ ସାହୁ ଓରଫ୍ ଟୁନା (୨୫)। ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବାରୁ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଫୁଲହାର ଅଞ୍ଚଳର ୧୭ ବର୍ଷୀୟ ଯୁକ୍ତ ୨ ଛାତ୍ର କୋଚିଂରୁ ଘରକୁ ଫେରୁଥିବା ବେଳେ ରସଲପୁରସ୍ଥିତ କୁକୁଡ଼ା ଫାର୍ମ ନିକଟରେ ପ୍ରେମିକାଙ୍କ ସହ କଥା ହେଉଥିଲେ। ସେହି ସମୟରେ ପ୍ରାୟ ୧୫ ଜଣ ଯୁବକ ସେଠାରେ ପହଞ୍ଚି ଉଭୟଙ୍କର ଫଟୋ ଓ ଭିଡିଓ ରେକର୍ଡିଂ କରିଥିଲେ। ଏହା ପରେ ସେମାନେ ଉଭୟଙ୍କୁ କ୍ଲବ ଘରକୁ ନେଇଗଲେ। ସେଠାରେ କଙ୍ଗାରୁ କୋର୍ଟ ବସାଇ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.