ନିଶା ଦେଇ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି  ।  ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା  । ନାବାଳିକାଙ୍କ ସାଙ୍ଗ ତାଙ୍କୁ ଏକ ଅଜଣା ସ୍ଥାନକୁ ଡାକି ନେଇଥିଲେ ।

ସେଠାରେ ପୂର୍ବ ଯୋଜନା ମୁତାବକ ୪ ଜଣ ଯୁବକ ଥିଲେ । କୋଲଡ ଡ୍ରିଙ୍କ୍ସରେ ନିଶା ଦେଇ ପୀଡ଼ିତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଭିଡିଓ ରେକର୍ଡ କରି ଭାଇରାଲ କରିବାକୁ କହି ବ୍ଲାକମେଲ କରୁଥିଲେ । ପୀଡ଼ିତାଙ୍କୁ ୫୦ହଜାର ଟଙ୍କା ମାଗୁଥିଲେ ଅଭିଯୁକ୍ତ । ୯ ଦିନ ପରେ ଥାନାରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଗତକାଲି ପୋଲିସ ୩ ଜଣଙ୍କୁ କାବୁ କରିଥିବା ବେଳେ ଖସିଯାଇଥିଲେ ଦୁଇଜଣ । ଆଜି ଅନୁଗୁଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like