୫ ଗଞ୍ଜେଇ ମାଫିଆ ଗିରଫ, ୧୩୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : କମିସନରେଟ ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ପଞ୍ଝାରେ ଗଞ୍ଜେଇ ମାଫିଆ । ଗତକାଲି ରାତିରେ ସ୍ପେସିଆଲ କ୍ରାଇମ୍ ୟୁନିଟ ୫ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ଦାମୀ ଗାଡ଼ି,୧୩୦ କେଜି ଗଞ୍ଜେଇ ଜବତ କରାଯାଇଛି । ମାଷ୍ଟର ମାଇଣ୍ଡ ହେଲା ପୁଷ୍ପକ ଶ୍ରୀଚନ୍ଦନ , ଶିକ୍ଷାଗତ ଯୋଗ୍ୟତା ବିଟେକ ଇଞ୍ଜିରିୟର ।
କନ୍ଧମାଳରୁ ୩ ହଜାର ଟଙ୍କାରେ ଗଞ୍ଜେଇ ଆଣି କୋଲକାତାରେ ୮ ହାଜର ଟଙ୍କାରେ କିକ୍ରି କରୁଥିଲା । କନ୍ଧମାଳ ଫିରୀଙ୍ଗରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ,ଭୁବନେଶ୍ବର ବାମିଖାଲରେ ଭଡ଼ା ଘରେ ଗଞ୍ଜେଇ ଷ୍ଟକ୍ କରି ରଖୁଥିଲା । ପରେ ସୁଯୋଗ ଦେଖି କୋଲକାତା ଚାଲାଣ କରୁଥିଲା । ଗଞ୍ଜେଇ ଟଙ୍କାରେ ରିଲ୍ସ କରୁଥିଲା ପୁଷ୍ପକ । ରିଲ୍ସ ପାଇଁ କୋଲକାତାରୁ ମଡେଲ ଆଣୁଥିଲା ପୁଷ୍ପକ ।
ଯୁବତୀଙ୍କୁ ଦେଉଥିଲା ମୋଟା ଅଙ୍କର ଟଙ୍କା । ଓଡ଼ିଶାରୁ କୋଲକାତା ଗଞ୍ଜେଇ ନେବା ପାଇଁ ଗାଡ଼ି ଭଡ଼ା ୧ ଲକ୍ଷ ଟଙ୍କା ନେଉଥିଲେ । ନିଜ ନାଁରେ ହୋଣ୍ଡା ଆମେଜ୍ ଗାଡ଼ି କିଣି ଗଞ୍ଜେଇ ବେପାର କରୁଥିଲା ପୁଷ୍ପକ । ୨ ମାସ ହେଲା ଗଞ୍ଜେଇ ବେପାରରେ ସାମିଲ ଥିଲେ ପୁରା ଟିମ୍ । ୨ଜଣ ଜଙ୍କିଆର ,ଜଣେ ଯାଜପୁରର , ୨ ଜଣ ପଶ୍ଚିମବଙ୍ଗର ଅଭିଯୁକ୍ତ । ଗଞ୍ଜେଇ ବିକ୍ରି କରି କାହାକୁ କେତେ ଟଙ୍କା ଦେଇଛି ସେ ସବୁର ତଦନ୍ତ କରୁଛି ପୋଲିସ।