ପୁରୀ ଡବଲ ମର୍ଡର ମାମଲାରେ ୫ ଗିରଫ

ପୁରୀ : ପୁରୀ ଡବଲ ମର୍ଡର ଘଟଣାରେ ୫ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଜଟାଧାରୀ ପ୍ରଧାନ,ବଳିଆ ପ୍ରଧାନ, ଜଗା ପ୍ରଧାନ ,ରତନି ପ୍ରଧାନ । ଏହା ସହ ଜଣେ ନାବାଳକ ମଧ୍ୟ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ଇଟା ଜବତ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି । ଗତକାଲି ପୁରୀ ସଦର ସମଙ୍ଗରାରେ ବାପା ଓ ପୁଅଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ । ପ୍ରକାଶ ସ୍ବାଇଁ ଓ ରବି ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଗତ ୬ ମାସ ଧରି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ବିବାଦ ଲାଗିରହିଥିଲା । ଗତକାଲି ରାତିରେ ରବି ଓ ପ୍ରକାଶ ଘରକୁ ଫେରୁଥିବାବେଳେ ଏହି ୫ ଜଣ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।