୫ ବିଜେପି ନେତା ନିଲମ୍ବିତ, ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ନିଲମ୍ବନ କଲେ ସଭାପତି

ଭୁବନେଶ୍ୱର : ଦଳବିରୋଧୀ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲାର ୫ ଜଣ ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ । ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୂଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକଏବଂ କାର୍ଯ୍ୟକର୍ତ୍ତା ଧନେଶ୍ବର ବାରିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦଳର ମିଡିଆ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।

You might also like