ଅଫୁଟା ବାଣ ହେଲା କାଳ, ଯାଜପୁର ଧର୍ମଶାଳାରେ ୫ ଜଣ ବାଳକ ଗୁରୁତର

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅରବାଳା ଗାଁରେ ୫ଜଣ ବାଳକ ବାଣ ଫୁଟାଇ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଏକ ରାଜନୈତିକଦଳର ଶୋଭାଯାତ୍ରା ବାହାରିବା ସମୟରେ ବାଣ ଫୁଟା ଯାଇଥିଲା । କିଛି ବାଣ ନଫୁଟିବାରୁ ଶୋଭାଯାତ୍ରାରେ ଆସିଥିବା ଲୋକେ ସେଗୁଡ଼ିକୁ ସେମିତି ଛାଡି ଚାଲି ଯାଇଥିଲେ । ସେହି ଅଫୁଟା ବାଣଗୁଡିକୁ ଏହି ୫ ଜଣ ବାଳକ ଫୁଟାଇବାକୁ ଚେଷ୍ଟା କରିବାରୁ ବାଣଗୁଡିକ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଏି ପିଲାମାନେ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମଡିକାଲକୁ ସ୍ଥାନାନ୍ତର କରାଯାଇଛି ।