Categories: ରାଜ୍ୟ

ଓଡ଼ିଶାର ୫ ରଗବୀ ତାରକାଙ୍କୁ ସମ୍ବଦ୍ଧର୍ନା ଜଣାଇଲେ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଏସୀୟ ମହିଳା ରଗବୀ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ୫ କିସ୍‌ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ଦିଲ୍ଲୀରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ନିକଟରେ ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ ଏସିଆନ୍‌ ରଗ୍‌ବୀ ମହିଳା ଚାମ୍ପିଅନସିପ୍‌ରେ ସିଙ୍ଗାପୁରକୁ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏହି ଟିମ୍‌ରେ ଓଡ଼ିଶାରୁ ୭ ଜଣ ଖେଳାଳି ଥିଲେ। ଏମାନଙ୍କ ଭିତରେ କିସର ଥିଲେ ୫ ଜଣ ଛାତ୍ରୀ

 

ଦିଲ୍ଲୀରେ କିସ୍‌ର ୫ ରଗବୀ ଖେଳାଳି। ସୁମିତ୍ରା ନାୟକ, ହୁପି ମାଝୀ, ରଜନୀ ଶବର, ମୀନାରାଣୀ ହେମ୍ବ୍ରମ ଓ ପାର୍ବତୀ କିସ୍କୁ। ସମ୍ବର୍ଦ୍ଧିତ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଗଣମାଧ୍ୟମ ଆଗରେ ଏହି ୫ ଖେଳାଳୀଙ୍କ ଦେଇଥିଲେ ପରିଚୟ। କେଉଁଭଳି ଅଭାବ ଅନଟନରୁ ଆସି, ବର୍ତ୍ତମାନ ଦେଶ ପାଇଁ ଗୌରବ ପାଲଟିଛନ୍ତି, ଯାଜପୁରର ସୁମିତ୍ରା, କେନ୍ଦୁଝରର ମୀନାରାଣୀ ଓ ହୁପି, ମୟୂରଭଂଜର କିସ୍କୁ ଓ ଗଜପତିର ରଜନୀ ଶବର।

କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ କେବଳ ପାଠପଢ଼ା ନୁହଁ, କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଛି। କ୍ରୀଡ଼ା ଭିତ୍ତିଭୂମୀ କ୍ଷେତ୍ରରେ ଦେଶରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟ। କେବଳ କିସ୍‌ ହିଁ ୫ ହଜାର ଖେଳାଳି ସୃଷ୍ଟି କରିଛି। ଏଥିରୁ ୧୩୩ ଜଣ ଖେଳାଳି ଦେଶ ପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍‌ ଖେଳାଳି ସୃଷ୍ଟି କରିବାରେ ଦେଶରେ କେବଳ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ କିଟ୍‌ ଓ କିସ୍‌। କିସ୍‌ର ଏହି ୫ ରଗବୀ ଖେଳାଳି ସଫଳତାର ସମସ୍ତ ଶ୍ରେୟ ଡକ୍ଟର ସାମନ୍ତଙ୍କୁ ଦେଇଛନ୍ତି।

 

ଗତ ଶନିବାର ମାନିଲାରେ ଇତିହାସ ରଚିଥିଲା ଭାରତୀୟ ମହିଳା ରଗବୀ ଦଳ । ଏସୀୟ ରଗ୍‌ବୀ ମହିଳା ଚାମ୍ପିଅନ୍‌ସ ଡିଭିଜନ-୧ରେ ସିଙ୍ଗାପୁରକୁ ୧୯-୨୧ରେ ହରାଇ ଭାରତ ଜିତିଥିଲା ବ୍ରୋଞ୍ଜ। ଏହି ଦଳରେ ଥିଲେ ୫ ଜଣ ଥିଲେ କିସ୍‌ର ଛାତ୍ରୀ। ରବଗୀ ପାଇଁ କିସ୍‌ର ଅବଦାନ ଅଧିକ ରହିଛିା ଆଗକୁ ପୁରୁଷ ଓ ମହିଳା ଟିମ ଆହୁରୀ ଭଲ ପ୍ରଦର୍ଶନ କରିବ ବୋଲି ଡ.ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । ଆଜି ସମ୍ବର୍ଦ୍ଧନା ସଭାରେ କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶ, କୋଚଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ

 

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago