ଆଠମଲ୍ଲିକ: ସଶସ୍ତ୍ର ଡକାୟତି ଘଟଣାରେ ୫ ଦୋଷୀ ସାବ୍ୟସ୍ତ, ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଦେଲେ ଅଦାଲତ

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକର ସହକାରୀ ଦୌରା ଜଜ ବିନୋଦ ବିହାରୀ ସାହୁଙ୍କ ଅଦାଲତରେ ଏକ ସଶସ୍ତ୍ର ଡକାୟତ ମାମଲାର ବିଚାର କରାଯାଇ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ୫ ହଜାର ଲେଖାଏଁ ଜୋରିମାନା ଆଦେଶ ଦିଆଯାଇଛି। ଗତ ୨୦୨୧ ମସିହାରେ ବାମୁର ଠାରେ ଉକ୍ତ ସଶସ୍ତ୍ର ଡକାୟତିର କିଶୋର ନଗର ଥାନା କେସ୍ ନମ୍ବର- ୧୧୩ /୨୦୨୧ ଅନୁସାରେ ପୋଲିସ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା।

ଅଦାଲତରେ ୧୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାର ଙ୍କ ତରଫରୁ ସରକାରୀ ଓକିଲ ବିଜୟ କୁମାର ମହାକୁଡ଼ ମାମଲାକୁ ପରିଚାଳନା କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଚୋରି ଡକାୟତି ରାହାଜାନି ଇତ୍ୟାଦି ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅଦାଲତଙ୍କ ଦଣ୍ଡାଦେଶ ପ୍ରଭାବ ପକାଇବ ବୋଲି ସରକାରୀ ଓକିଲ ବିଜୟ କୁମାର ମହାକୁଡ଼ ମତପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.