କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ, ପ୍ରତିବାଦରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଜିଠାରୁ ୫ ଦିନ ଖଣି ବନ୍ଦ ଆନ୍ଦୋଳନ ଡାକରା

ତାଳଚେର: କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ। ଏହାର ପ୍ରତିବାଦରେ ଧର୍ମଘଟକୁ ଓହ୍ଲାଇଛି ଭାରତୀୟ ମଜଦୂର ସଂଘ। ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି। ତାଳଚେର ଏମ୍‌ସିଏଲ୍‌ର ସମସ୍ତ କୋଇଲା ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶ କରିବା ଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକମାନେ ଅବେହେଳିତ ହେବେ ବୋଲି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.