ବିଜୁଳି ନେଲା ୫ ଜୀବନ

ପୁଣି ବିଜୁଳି ନେଲା ୫ ଜୀବନ । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ନିଲେଇପାଲି ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୋଡବାହାଲ ଗାଁର ମୀନି ମିର୍ଦ୍ଧା ଓ ସୁବଳୟା ମିର୍ଦ୍ଧା । ଏଥିସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଲୁଥୁରପଙ୍ଗ ଗାଁରେ ବଜ୍ରାଘାତରେ ଜଣଙ୍କ ମତ୍ୟୁ ହୋଇଛି । ମୃତକ ହେଲେ ସୁବଳ ମହାକୁଡ । ଘରକୁ ଫେରୁଥିବା ବେଳେ ବିଜୁଳି ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡ ଫାଣ୍ଡି ଦ୍ୱାର ଗାଁରେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି । ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବେନୁପଡ଼ାରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ ହୋଇଛି ।