କରୋନା ପାଇଁ ଲକଡାଉନ, ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ସବୁ ସହର ଓ ଗାଁରେ ଲକ୍‌ ଡାଉନ୍‌ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): କରୋନା ପାଇଁ ଲକଡାଉନ । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ସବୁ ସହର ଓ ଗାଁରେ ଲକ୍‌ ଡାଉନ୍‌ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ରାତି ୯ଟା ଯାଏ ସଂପୂର୍ଣ୍ଣ ଲକଡାଉନ କରାଯିବ । ଏହି ପାଞ୍ଚଟି ଜିଲ୍ଲା ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଗତ କିଛି ମାସ ଦିନ ଭିତରେ ବିଦେଶରୁ ୩ ହଜାରରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ଭିତରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର । ଏହାବ୍ୟତୀତ ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌ ଓ ଯାଜପୁର ଟାଉନରେ ବି ଲକାଡାଉନ୍‌ କରାଯିବ । ଅର୍ଥାତ ରାଜ୍ୟର ୫ଟି ଜିଲ୍ଲାର ସବୁ ସହର ଓ ଗାଁ ସମେତ ଅନ୍ୟ ୮ଟି ସହରରେ କାଲିଠାରୁ ଲାଗୁ ହେବ କଟକଣା । … ଏହି ସମୟରେ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ । ସେପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ମ୍ୟୁନିସିପାଲିଟି ସେବା, ପୋଲିସ, ଅଗ୍ନିଶମ ସେବା, ପାନୀୟ ଜଳ, ବିଦ୍ୟୁତ ସେବା ଆଜଦି ଜାରି ରହିବ । ଖୋଲା ରହିବ ପ୍ରଶାସନିକ କାର୍ଯ୍ୟାଳୟ । ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁରୋଧ କରିଛନ୍ତି ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରୁହନ୍ତୁ ।

 

Leave A Reply

Your email address will not be published.