ବିୟର କ୍ୟାନରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବର ଢ଼ମଣା

ଅନୁଗୋଳ(କେ ନ୍ୟୁଜ): ବିୟର କ୍ୟାନରେ ଫସିଲା ଢମଣା । ସାଢ଼େ ୫ ଫୁଟ ଲମ୍ବର ଢ଼ମଣାକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଅନୁଗୋଳ ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁର ଉମାକାନ୍ତ ବେହେରାଙ୍କ ବାଡ଼ିରେ ଏକ ଢମଣା ସାପ ପରିତ୍ୟକ୍ତ ବିୟର କେନ ଭିତରେ ମୁଣ୍ଡ ପୁରାଇ ଛଟପଟ

ହେଉଥିଲା ଖବର ପାଇ ସ୍ନେକ ହେଲ୍ପଲାଇନ୍ର ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଂଚିଥିଲେ । କଇଁଚି ସାହାଯ୍ୟରେ ବିୟର କେନକୁ କାଟି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.