ମହାନଦୀରେ ପାଣି ବଢିବାରୁ ବାଙ୍କୀ ବ୍ଲକ ପ୍ରଭାବିତ, ହୁଳୁହୁଳା ପୋଲ ଉପରେ ୫ଫୁଟର ପାଣି

ବାଙ୍କୀ: ଲଗାଣ ବର୍ଷାରେ ମହାନଦୀରେ ପାଣି ବଢିବାରୁ ଆସି ବାଙ୍କୀ ବ୍ଲକ ପ୍ରଭାବିତ। ହୁଳୁହୁଳା ପୋଲ ଉପରେ ୫ଫୁଟର ପାଣି ଚାଲୁଛି। ବ୍ଲକର ୬ଟି ପଞ୍ଚାୟତର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି।

ସେହିପରି ଚନ୍ଦ୍ରମା ସେତୁ ଉପରୁ ଏକଫୁଟରୁ ପାଣି ପ୍ରବାହିତ ହେଉଛି। କଇଁମୁଣ୍ଡି ଓ ସାଁପୁର ଗାଁରେ ପାଣି ପଶିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହୁଳୁହୁଲା ପୋଲ ଉପରେ ଲୋକଙ୍କ ଯିବା ଆସିବା ପାଇଁ ବ୍ଲକ ପକ୍ଷରୁ ପାୱାର ବୋଟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାଙ୍କୀ ବିଡିଓ।

Leave A Reply

Your email address will not be published.