ପୋଲିସ ଏନକାଉଣ୍ଟରରେ ୫ହାର୍ଡକୋର ମାଓବାଦୀ ନିହତ, ୩ ହଜାରରୁ ଉର୍ଦ୍ଧ୍ବ ମାଓବାଦୀ ଲୁଚି ରହିଥିବା ସୂଚନା

ମାଲକାନଗିରି : ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୫ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ମାଡ଼ପଲ୍ଲୀ ପାହାଡ଼ି ଇଲାକାରେ ସୁରକ୍ଷାକର୍ମୀଙ୍କ ବଡ଼ ମାଓ ଦମନ ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ । ଏବେବି ଗୁଳିବିନିମୟ ଜାରି ରହିଛି । ଅପରେସନରେ MI 17 ହେଲିକପ୍ଟର ଏବଂ ଡ୍ରେନ ନିୟୋଜିତ ରହିଛି । ଛତିଶଗଡ଼, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ତିନି ରାଜ୍ୟର ସୁରକ୍ଷାକର୍ମୀ ଅପରେସନରେ ସାମିଲ ହୋଇଛନ୍ତି । ତିନି ହଜାରରୁ ଊର୍ଦ୍ଧ୍ବ ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା । ଅପରେସନ ପରେ ଆଉ କେତେ ମାଓବାଦୀ ମୃତାହତ ହୋଇଛନ୍ତି ତାର ସ୍ପଷ୍ଟ ସୂଚନା ମିଳିପାରିବ ।
ଆହୁରି ପଢ଼ନ୍ତୁ : ପୋଖରୀରେ ବୁଡି ଦୁଇ ଭଉଣୀ ମୃତ, ଗାଁରେ ଶୋକର ଛାୟା