ଭଦ୍ରକ: ଅଷ୍ଟପ୍ରହରୀ ସମୟରେ ବାଣ ଫୁଟାରୁ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର ଓ ଧାନ ଗଦା
ଭଦ୍ରକ(କେନ୍ୟୁଜ୍): ଅଗ୍ନିକାଣ୍ଡରେ ଜଳିଗଲା ଘର ଓ ଧାନ ଗଦା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ଭଣ୍ଡାରୀ ପୋଖରୀ ନପଙ୍ଗ ଗ୍ରାମରେ ଜଳିଗଲା ଦୁଇ ପରିବାରର ୫ ବଖରା ଘର ସହ ୩ ଟି ଧାନ ଗଦା। ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ଅଷ୍ଟପ୍ରହରୀ ହେଉଥିବା ସମୟରେ ବାଣ ଫୁଟା ଯାଉଥିଲା। ବାଣ ଫୁଟିବା ପରେ ସେହି ନିଆଁ ଘର ଉପରେ ପଡ଼ିଥିଲା। ଫଳରେ ଉକ୍ତ ଗ୍ରାମର ନିରଞ୍ଜନ ଧଳଙ୍କ ଘର ଉପରେ ନିଆଁ ପଡିଯାଇ ଅଗ୍ନିକାଣ୍ଡ ହୋଇଥିଲା।
ପରେ ନିଆଁ ବ୍ୟାପିଯିବା ପରେ ନିକଟସ୍ଥ ଗୋଟିଏ ଘର ମଧ୍ଯ ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଦୁଇଟି ପରିବାରର ୫ ବଖରା ଘର, ଦୁଇଟି ଦୋକାନ ଗୃହ ସମେତ ତିନୋଟି ଧାନ ଗଦା ଜଳି ପୋଡ଼ି ଛାରଖାର ହୋଇଯାଇଛି। ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।