ପୁରୀର ବିକାଶ ପାଇଁ ୫ ଆଇଏଏସ୍ ଅଫିସରଙ୍କ କାନ୍ଧରେ ଗୁରୁ ଦାୟିତ୍ୱ
ପୁରୀ ପାଇଁ ୫ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ। ୨୦୧୮ ବ୍ୟାଚ୍ର ୫ ଜଣ ଆଇଏଏସ୍୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି., ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ। ଏହି ୫ ଜଣ ପ୍ରୋବେସନର୍ ଆଇଏଏସ୍ ଅଫିସର ଭାବରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍ ଓ ମୁଖ୍ୟମନ୍ତ୍ରୀଙ୍କ 5-T ସଚିବ ଭି. କେ. ପାଣ୍ଡିଆନ ସେମାନଙ୍କୁ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ୫ ଜଣ ଆଇଏଏସ୍ ଅଫିସରଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ଦେଇଛନ୍ତି ସରକାର