୫ ଆନ୍ତଃ ରାଜ୍ୟ ମୋବାଇଲ ଲୁଟେରା ଗିରଫ, ମୋବାଇଲ ସିମର ବାଂଲାଦେଶ ଲିଙ୍କ୍

ଭୁବନେଶ୍ୱର : ମୋବାଇଲ ସିମ୍ ର ବାଂଲାଦେଶ ଲିଙ୍କ୍ ଲୁଟେରା ଗିରଫ  । ମୋବାଇଲ ଚୋରି ହେଉଛି ଆଉ ଚୋରି ମୋବାଇଲ ଓ ସିମକୁ ସତର୍କତା ସହ ବାଂଲାଦେଶ ପଠାଯାଉଛି  l ଏହି ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ପୋଲିସ  l ୫ ଆନ୍ତଃ ରାଜ୍ୟ ମୋବାଇଲ ଲୁଟେରାଙ୍କୁ ଗିରଫ କରିବା ସହ ୫୦ଟି ମୋବାଇଲ ଜବତ କରିଛି ପୋଲିସ  l ଗିରଫଙ୍କ ମଧ୍ୟରେ ୩ ଜଣ ଝାଡ଼ଖଣ୍ଡ ଓ ୨ ଜଣ ନାବାଳକ ପଶ୍ଚିମବଙ୍ଗର  l

ଗତ କିଛି ଦିନ ଧରି ଜୟପୁର ସହରରେ ମୋବାଇଲ ଚୋରି ଅଭିଯୋଗ ଆସୁଥିଲା । ଅଭିଯୋଗକୁ ଆଧାର କରି କୋରାପୁଟ ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଏସଡିପିଓ ଅଙ୍କିତ କୁମାର ବର୍ମା ଏକ ଟିମ ଗଠନ କରି ବିଭିନ୍ନ ଜାଗାରେ ଚଢାଉ କରିଥିଲେ  l ଚୋରି ହୋଇଥିବା ମୋବାଇଲ ଗୁଡିକୁ ଟ୍ରାକ କରି ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଚୋରି ମୋବାଇଲକୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବିକ୍ରି କରୁଥିଲେ  l ମୋବାଇଲଗୁଡିକ ବାଂଲାଦେଶକୁ ରପ୍ତାନି ହେଉଥିଲା  l ମୋବାଇଲର ସଠିକ କାଗଜପତ୍ର ଦେଖାଇ ମୋବାଇଲ ନେବା ପାଇଁ ପୋଲିସ ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like